Indian Army SSC 2026 Recruitment – Eligibility, Age Limit Selection
ଭାରତୀୟ ସେନା ଦ୍ୱାରା Indian Army SSC (Tech)-67 Men Course October 2026 ପାଇଁ official ନୋଟିଫିକେସନ ଜାରି କରାଯାଇଛି। ଏହି ଭର୍ତ୍ତି ପ୍ରକ୍ରିୟା ଅବିବାହିତ ପୁରୁଷ ଇଞ୍ଜିନିୟରିଂ କରିଥିବେ ସେମାନଙ୍କୁ Short Service Commission (SSC) ମାଧ୍ୟମରେ ଭାରତୀୟ ସେନାରେ ଅଫିସର ପଦବୀ ପାଇଁ ଚୟନ କରାଯିବ।
SSC Tech Recruitment 2026 ଭିନ୍ନ-ଭିନ୍ନ ଇଞ୍ଜିନିୟରିଂ ଶାଖା ଯଥା Civil, Mechanical, Electrical, Electronics, Computer Science ଇତ୍ୟାଦି ପାଇଁ ଖାଲି ପଦବୀ ନିମନ୍ତେ ହେଉଛି। ଯେଉଁ ପ୍ରାର୍ଥୀମାନେ ଦେଶ ସେବାରେ କେରିୟର ଗଢ଼ିବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଅଟେ ।
ଚୟନ ପ୍ରକ୍ରିୟାରେ ଶର୍ଟଲିଷ୍ଟିଂ, SSB ଇଣ୍ଟରଭ୍ୟୁ ଏବଂ ମେଡିକାଲ ପରୀକ୍ଷା ହୋଇଥାଏ । selected ପ୍ରାର୍ଥୀମାନେ ପ୍ରଶିକ୍ଷଣ ସମାପ୍ତ କରିବା ପରେ ଭାରତୀୟ ସେନାରେ ଚାକିରି କରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ (Important Dates)
Indian Army SSC Recruitment 2026 ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ତାରିଖଗୁଡ଼ିକୁ ମନେ ରଖିବା ଆବଶ୍ୟକ।
- ଆରମ୍ଭ ତାରିଖ: 07 ଜାନୁଆରୀ 2026
- ଶେଷ ତାରିଖ: 05 ଫେବୃଆରୀ 2026
- କୋର୍ସ ଆରମ୍ଭ: ଅକ୍ଟୋବର 2026
ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି।
ଖାଲି ପଦବୀ ବିବରଣୀ (Vacancy Details)
Indian Army SSC Recruitment 2026 ମୋଟ 350ଟି ଖାଲି ପଦବୀ ଘୋଷଣା କରାଯାଇଛି। ଏହି ସମସ୍ତ ପଦବୀ AICTE ଦ୍ୱାରା ଅନୁମୋଦିତ ବିଭିନ୍ନ ଇଞ୍ଜିନିୟରିଂ ଶାଖାର ପ୍ରାର୍ଥୀମାନଙ୍କ ପାଇଁ post ବାହାରିଛି।
Civil Engineering, Mechanical Engineering, Electrical Engineering, Electronics Engineering, Computer Science. ପ୍ରତ୍ୟେକ ଶାଖା ପାଇଁ ଖାଲି ପଦବୀ ସଂଖ୍ୟା ଭିନ୍ନ ଭିନ୍ନ ରହିଛି।
| Core Engineering Stream | No. of Posts |
|---|---|
| Civil Engineering | 75 |
| Computer Science / IT | 60 |
| Electrical Engineering | 33 |
| Electronics / Telecom | 64 |
| Mechanical / Industrial / Aero | 101 |
| Miscellaneous Streams | 17 |
ବେତନ / ପେ ସ୍କେଲ (Salary / Pay Scale)
Indian Army SSC Recruitment 2026 selected ପ୍ରାର୍ଥୀମାନଙ୍କୁ 7ମ ପେ କମିଶନ ଅନୁଯାୟୀ କମିଶନ୍ଡ ଅଫିସରଙ୍କ ବେତନ ପ୍ରଦାନ କରାଯିବ। ଏହି ବେତନ ଭାରତୀୟ ସେନାର ନିୟମ ଏବଂ ପଦବୀ ଅନୁସାରେ ନିର୍ଦ୍ଧାରିତ ହୁଏ।
ପ୍ରଶିକ୍ଷଣ କାଳୀନ ସମୟରେ (During Training)
ପ୍ରାର୍ଥୀମାନଙ୍କୁ ପ୍ରତିମାସ ₹56,100 ଟଙ୍କା ଷ୍ଟାଇପେଣ୍ଡ / ବେତନ ଭାବେ ଦିଆଯିବ ।ଲେଫ୍ଟେନାଣ୍ଟ ପଦବୀର ବେତନ ପେ ସ୍କେଲ ₹56,100 ରୁ ₹1,77,500 ପର୍ଯ୍ୟନ୍ତ ରହିଥାଏ। ଏହା ସହିତ ପୋଷ୍ଟିଂ ସ୍ଥାନ ଓ ପଦବୀ ଅନୁଯାୟୀ ବିଭିନ୍ନ ପ୍ରକାରର ଭତ୍ତା (Allowances) ଯଥା DA, HRA/Field Area Allowance, Transport Allowance, Uniform Allowance ଇତ୍ୟାଦି ମଧ୍ୟ ଲାଗୁ ହୁଏ।
ଶିକ୍ଷାଗତ ଯୋଗ୍ୟତା (Educational Qualification)
Indian Army SSC Recruitment 2026 ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କର ଶିକ୍ଷାଗତ ଯୋଗ୍ୟତା ସଂପୂର୍ଣ୍ଣ ଭାବେ ଭାରତୀୟ ସେନା ଦ୍ୱାରା ନିର୍ଦ୍ଧାରିତ ଇଞ୍ଜିନିୟରିଂ ଶାଖା ଏବଂ ଶିକ୍ଷା ଅବସ୍ଥା ଉପରେ ଆଧାରିତ ହୋଇଥାଏ।
ଆବେଦକମାନେ AICTE ଦ୍ୱାରା ଅନୁମୋଦିତ ସଂସ୍ଥାରୁ ଇଞ୍ଜିନିୟରିଂ B.E. / B.Tech ଡିଗ୍ରୀ ଧାରଣ କରିଥିବା ଆବଶ୍ୟକ। ଏହା ସହିତ, ବର୍ତ୍ତମାନ ଫାଇନାଲ୍ ଇଅରରେ ପଢୁଥିବା ଇଞ୍ଜିନିୟରିଂ ଛାତ୍ରମାନେ ମଧ୍ୟ ଏହି ଭର୍ତ୍ତି ପ୍ରକ୍ରିୟା ପାଇଁ ଆବେଦନ କରିପାରିବେ, ଯଦି ସେମାନେ 01 ଅକ୍ଟୋବର 2026 ପୂର୍ବରୁ ନିଜର ଡିଗ୍ରୀ ସଫଳତାର ସହିତ ପାସ୍ କରନ୍ତି।
ଚୟନିତ ପ୍ରାର୍ଥୀମାନଙ୍କୁ ସେନାରେ ଯୋଗଦାନ ପୂର୍ବରୁ ସମସ୍ତ ସେମେଷ୍ଟରର ମାର୍କସିଟ୍ ଏବଂ ଡିଗ୍ରୀ ସର୍ଟିଫିକେଟ୍ ଦାଖଲ କରିବା ଆବଶ୍ୟକ।
ବୟସ ସୀମା (Age Limit)
Indian Army SSC Recruitment 2026 ପାଇଁ ପ୍ରାର୍ଥୀମାନଙ୍କର ବୟସ ସୀମା 01 ଅକ୍ଟୋବର 2026 ଆଧାରରେ ଗଣନା କରାଯିବ। ଆବେଦନ କରୁଥିବା ପ୍ରାର୍ଥୀମାନେ ନିମ୍ନଲିଖିତ ବୟସ ମାନଦଣ୍ଡ ପୂରଣ କରିବା ଆବଶ୍ୟକ।ପ୍ରାର୍ଥୀଙ୍କ ବୟସ ସୀମା 20 ବର୍ଷ ହେବା ଦରକାର ଓ ସର୍ବାଧିକ ବୟସ ସୀମା 27 ବର୍ଷ ଠାରୁ ଅଧିକ ହେବା ଉଚିତ୍ ନୁହେଁ। ଯେଉଁ ପ୍ରାର୍ଥୀମାନଙ୍କର ଜନ୍ମ ତାରିଖ 01 ଅକ୍ଟୋବର 1999 ରୁ 30 ସେପ୍ଟେମ୍ବର 2006 ମଧ୍ୟରେ ଅଛି ସେମାନେ ଏହି ଭର୍ତ୍ତି ପ୍ରକ୍ରିୟା ପାଇଁ ଯୋଗ୍ୟ ହେବେ।
ସରକାରୀ ନିୟମ ଅନୁଯାୟୀ ଆରକ୍ଷିତ ଶ୍ରେଣୀର ପ୍ରାର୍ଥୀମାନଙ୍କୁ ବୟସ ଛାଡ଼ (Age Relaxation) ହେବ। ବୟସ ଛାଡ଼ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ପାଇଁ ପ୍ରାର୍ଥୀମାନେ official ନୋଟିଫିକେସନ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି।
ଆବେଦନ ଶୁଳ୍କ (Application Fee)
Indian Army SSC Recruitment 2026 ସମ୍ବନ୍ଧୀୟ official notifications ଅନୁଯାୟୀ, ଏହି ଭର୍ତ୍ତି ପ୍ରକ୍ରିୟା ପାଇଁ କୌଣସି ଆବେଦନ ଶୁଳ୍କ (Application Fee) ନିର୍ଦ୍ଧାରିତ କରାଯାଇନାହିଁ।
ସମସ୍ତ ବର୍ଗର ପ୍ରାର୍ଥୀ—General, OBC, SC, ST ମାନେ ନିଶୁଳ୍କରେ ଅନଲାଇନ୍ ଆବେଦନ କରିପାରିବେ। ଏହା ପ୍ରାର୍ଥୀମାନଙ୍କ ପାଇଁ ଏକ ଭଲ ସୁଯୋଗ, କାରଣ କୌଣସି ଆର୍ଥିକ ଭାର ବିନା ଭାରତୀୟ ସେନାରେ ଅଫିସର ଭାବେ ଯୋଗଦାନ କରିବାର ଅବସର ମିଳୁଛି।
ପ୍ରାର୍ଥୀମାନେ କେବଳ ଆଧିକାରିକ ୱେବସାଇଟ ମାଧ୍ୟମରେ ଆବେଦନ ପତ୍ର ପୂରଣ କରିବା ଆବଶ୍ୟକ ଓ ଆବେଦନ ସମୟରେ କୌଣସି ପ୍ରକାରର ଅନଲାଇନ୍ କିମ୍ବା ଅଫଲାଇନ୍ ଶୁଳ୍କ ଦେବାକୁ ପଡ଼ିବ ନାହିଁ।
କିପରି ଆବେଦନ କରିବେ (How to Apply)
Indian Army SSC Recruitment 2026 ପାଇଁ ପ୍ରାର୍ଥୀମାନେ କେବଳ Join Indian Army ର official ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ।
FAQs – Indian Army SSC Recruitment 2026
Q1. ବିଦେଶୀ ବିଶ୍ୱବିଦ୍ୟାଳୟର ଡିଗ୍ରୀ ଗ୍ରହଣ ହେବ କି?
ନାହିଁ, ବିଦେଶୀ ବିଶ୍ୱବିଦ୍ୟାଳୟର ଡିଗ୍ରୀ ଏହି ଭର୍ତ୍ତି ପ୍ରକ୍ରିୟାରେ ଗ୍ରହଣ କରାଯାଏ ନାହିଁ।
Q2. ମୋଟ କେତେ ଖାଲି ପଦବୀ ରହିଛି?
ଏହି ଭର୍ତ୍ତି ପ୍ରକ୍ରିୟାରେ ମୋଟ 350ଟି ଖାଲି ପଦବୀ ଘୋଷଣା କରାଯାଇଛି।
Q3. କେଉଁମାନେ ଆବେଦନ କରିପାରିବେ?
AICTE ଅନୁମୋଦିତ ସଂସ୍ଥାରୁ B.E./B.Tech ପାସ୍ କରିଥିବା କିମ୍ବା ଫାଇନାଲ୍ ଇଅରରେ ପଢୁଥିବା ଅବିବାହିତ ପୁରୁଷ ପ୍ରାର୍ଥୀମାନେ ଆବେଦନ କରିପାରିବେ।
Q4. ବୟସ ସୀମା କେତେ?
01 ଅକ୍ଟୋବର 2026 ଅନୁଯାୟୀ ପ୍ରାର୍ଥୀଙ୍କ ବୟସ 20 ରୁ 27 ବର୍ଷ ମଧ୍ୟରେ ହେବା ଦରକାର।
Q5. ଆବେଦନ ଶୁଳ୍କ କେତେ?
ଏହି ଭର୍ତ୍ତି ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।
Q6. ଆବେଦନ ପ୍ରକ୍ରିୟା କେମିତି?
ପ୍ରାର୍ଥୀମାନେ www.joinindianarmy.nic.in ମାଧ୍ୟମରେ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ।
Q7. ଚୟନ ପ୍ରକ୍ରିୟା କ’ଣ?
ଚୟନ ପ୍ରକ୍ରିୟାରେ ଶର୍ଟଲିଷ୍ଟିଂ, SSB ଇଣ୍ଟରଭ୍ୟୁ ଏବଂ ମେଡିକାଲ ପରୀକ୍ଷା ରହିଛି।
Q8. ପ୍ରଶିକ୍ଷଣ ସମୟରେ ବେତନ ମିଳେ କି?
ହଁ, ପ୍ରଶିକ୍ଷଣ କାଳୀନ ସମୟରେ ପ୍ରତିମାସ ₹56,100 ବେତନ ମିଳେ।
Q9. କୋର୍ସ କେବେ ଆରମ୍ଭ ହେବ?
SSC (Tech) 67 Men Course ଅକ୍ଟୋବର 2026 ରୁ ଆରମ୍ଭ ହେବ।
| Important Links | |
|---|---|
| Apply Online | Click Here |
| Official Notification PDF | Click Here |
| Official Website | Click Here |
| Admit Card | Click Here |
| Sarkari Result | Click Here |
This recruitment is a great opportunity for Odisha candidates.Bookmark spldigital.in for daily job updates.
Disclaimer
spldigital.in is not an official government website.The job information provided on this website is collected from official notifications, newspapers, and trusted sources.
We do not guarantee the accuracy or completeness of the information. Candidates are strongly advised to visit the official website or read the official notification before applying for any job.
spldigital.in will not be responsible for any loss or damage caused by using the information available on this website.
Image Disclaimer:The image used in this post is generated using Artificial Intelligence (AI) for illustrative purposes only. It is not an official image of the Indian army requirement 2026. The information provided in this post is based on official notifications.

Comments
Post a Comment