Odisha High Court Translator Recruitment 2026 - Apply Online don't miss out
![]() |
Odisha High Court Translator Recruitment 2026
ଓଡ଼ିଶା ହାଇକୋର୍ଟ ଟ୍ରାନ୍ସଲେଟର ନିଯୁକ୍ତି 2026 ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମାଧ୍ୟମରେ ଓଡ଼ିଶା ହାଇକୋର୍ଟ, କଟକରେ Group - B Post ରେ ଟ୍ରାନ୍ସଲେଟର ପଦବୀର 14ଟି ପୋଷ୍ଟ ପାଇଁ ଯୋଗ୍ୟ ଯୁବକ ଯୁବତୀ ମାନଙ୍କୁ selection କରାଯିବ ।
ଓଡ଼ିଆ ଓ ଇଂରାଜୀ ଭାଷାରେ ଦକ୍ଷତା ଏବଂ କମ୍ପ୍ୟୁଟର ଜ୍ଞାନ ଥିବା ଯୁବକ ଏବଂ ଯୁବତୀ ମାନଙ୍କ ପାଇଁ ଏକ ବହୁତ ଭଲ ସୁଯୋଗ। ଓଡ଼ିଶାରେ ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ଯୁବକ ଓ ଯୁବତୀ ମାନେ ଏହି ନିଯୁକ୍ତିରେ ଆବେଦନ କରିପାରିବେ।
Vacancy Details
ଓଡିଶା ହାଇକୋର୍ଟ ଟ୍ରାନ୍ସଲେଟର ନିଯୁକ୍ତି 2026, ସମୁଦାୟ 14ଟି Post ବାହାରିଛି । ଏହି ଖାଲିପଦଗୁଡିକ ବିଭିନ୍ନ ବର୍ଗ ଅନୁଯାୟୀ ବଣ୍ଟନ କରାଯାଇଛି, ଯଥା ସାଧାରଣ ବର୍ଗ, ଏସ୍ସି, ଏସ୍ଟି, ଏସ୍ଇବିସି ଏବଂ ଅନ୍ୟାନ୍ୟ ଆରକ୍ଷିତ ବର୍ଗ ସାମିଲ ଅଛି । ଏହି ନିଯୁକ୍ତି ପ୍ରକ୍ରିୟା ଓଡିଶା ହାଇକୋର୍ଟର କାର୍ଯ୍ୟକୁ ସୁଚାରୁ ଭାବେ ଚାଲାଇବା ପାଇଁ ଅତ୍ୟନ୍ତ ଜରୁରୀ।
ଟ୍ରାନ୍ସଲେଟର ପଦରେ ନିଯୁକ୍ତ ଯୁବକ ଓ ଯୁବତୀ ମାନେ ଇଂରାଜୀରୁ ଓଡିଆ ଓ ଓଡିଆରୁ ଇଂରାଜୀକୁ ଅନୁବାଦ କାମ କରିବେ। କୋର୍ଟ ସମ୍ପର୍କିତ ଦଲିଲ, ରାୟ, ଆଦେଶ ଓ ଆଇନଗତ ନୋଟିସ୍ଗୁଡିକୁ ସଠିକ୍ ଭାବରେ ଅନୁବାଦ କରିବା ଏହି ପଦର ମୁଖ୍ୟ ଦାୟିତ୍ୱ।
ଯୁବକ-ଯୁବତୀଙ୍କ ପାଇଁ ଏକ ସୁଯୋଗ, ବିଶେଷକରି ଯେଉଁମାନେ ଭାଷାରେ ପାରଦର୍ଶୀ ଏବଂ ସରକାରୀ ଚାକିରି କରିବାକୁ ଇଚ୍ଛୁକ।
| Sl. No. | Category | Total Posts | PwDs | Ex-Servicemen |
|---|---|---|---|---|
| 1 | UR | 03 (W-1) | 02 | 01 |
| 2 | ST | 07 (W-2) | ||
| 3 | SC | 04 (W-1) | ||
| Total | 14 (W-4) | 02 | 01 | |
ଶିକ୍ଷାଗତ ଯୋଗ୍ୟତା
ଓଡିଶା ହାଇକୋର୍ଟ ଟ୍ରାନ୍ସଲେଟର ନିଯୁକ୍ତି 2026, ପାଇଁ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ official ନୋଟିଫିକେସନରେ ଉଲ୍ଲେଖିତ ଶିକ୍ଷାଗତ ଯୋଗ୍ୟତା ଥିବା ଆବଶ୍ୟକ।
ପ୍ରାର୍ଥୀଙ୍କ ପାଖରେ ଭାରତ ସରକାର ଦ୍ୱାରା ସ୍ୱୀକୃତି ମିଳିଥିବା ବିଶ୍ୱବିଦ୍ୟାଳୟରୁ ସ୍ନାତକ (Bachelor’s Degree) ଡିଗ୍ରୀ କରିଥିବା ଆବଶ୍ୟକ। ଏହି ଡିଗ୍ରୀରେ ଇଂରାଜୀ କିମ୍ବା ଓଡିଆ ବିଷୟ ହନର୍ସ (Honours) ଭାବେ ପଢ଼ିଥିବା ଦରକାର।
ଯୁବକ ଓ ଯୁବତୀ ମାନଙ୍କୁ କମ୍ପ୍ୟୁଟର ଆପ୍ଲିକେସନ୍ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ଥିବା ଅତ୍ୟନ୍ତ ଆବଶ୍ୟକ। ଇଂରାଜୀ ଓ ଓଡିଆ ଭାଷାକୁ ସ୍ପଷ୍ଟ ଭାବରେ ପଢ଼ିବା, ଲେଖିବା ଏବଂ ଅନୁବାଦ କରିବାର କ୍ଷମତା ଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଯୋଗ୍ୟ ହେବେ।
ସମସ୍ତ ଶିକ୍ଷାଗତ ଯୋଗ୍ୟତା ଆବେଦନର ଶେଷ ତାରିଖ ପର୍ଯ୍ୟନ୍ତ ବୈଧ ହେବା ଦରକାର। ଯେଉଁ ପ୍ରାର୍ଥୀମାନେ ଏହି ସମସ୍ତ ନିୟମ ଓ ଯୋଗ୍ୟତା ପୂରଣ କରିଥିବେ, ସେମାନଙ୍କୁ ମାତ୍ର ହାଇକୋର୍ଟ ଅଫ୍ ଓଡିଶା ଟ୍ରାନ୍ସଲେଟର ନିଯୁକ୍ତି 2026 ଅଧୀନରେ ଯୋଗ୍ୟ ଭାବେ ବିଚାର କରାଯିବ।
| Physical Requirement Code | Work Description | Functional Classification Code | Description |
|---|---|---|---|
| SE | Work performed by seeing | OL | One leg affected (Right or Left) |
| H | Work performed by hearing / speaking | BL | Both legs affected but not arms |
| RW | Work performed by reading and writing | HI | Partial Deaf |
| MF | Work performed by manipulating (with fingers) | — | — |
ବୟସ ସୀମା (Age Limit)
ଓଡିଶା ଉଚ୍ଚ ନ୍ୟାୟାଳୟ ଅନୁବାଦକ ନିଯୁକ୍ତି 2026, ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ 21 ବର୍ଷ ହୋଇଥିବା ଆବଶ୍ୟକ। ଏହା ସହିତ, ସର୍ବାଧିକ ବୟସ ସୀମା 42 ବର୍ଷ ରଖାଯାଇଛି।
ଏହି ମାନଦଣ୍ଡ ଅନୁଯାୟୀ, ପ୍ରାର୍ଥୀଙ୍କ ଜନ୍ମତାରିଖ 13/01/1984 ପରେ ଏବଂ 12/01/2005 ପୂର୍ବରୁ ହୋଇଥିବା ଦରକାର। ଯଦି କୌଣସି ପ୍ରାର୍ଥୀର ବୟସ 21 ବର୍ଷ ରୁ କମ୍ ଏବଂ 42 ବର୍ଷ ରୁ ଅଧିକ ତେବେ ସେମାନେ ଏହି ନିଯୁକ୍ତି ପାଇଁ ଅଯୋଗ୍ୟ ହେବେ।
ଆରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ବୟସ ଛାଡ଼ (Age Relaxation) ଲାଗୁ ହେବ।
ଆବେଦନ ଶୁଳ୍କ (Online Fee)
Odisha High Court Translator Recruitment 2026)
ଓଡିଶା ହାଇକୋର୍ଟ ଟ୍ରାନ୍ସଲେଟର ନିଯୁକ୍ତି 2026 ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କ ଦେବା ବାଧ୍ୟତାମୂଳକ । ଏହି ଶୁଳ୍କ ବର୍ଗ ଅନୁଯାୟୀ ଭିନ୍ନ ଭିନ୍ନ ରହିଛି । ସାଧାରଣ (General) ଏବଂ SEBC ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ₹500 ଧାର୍ଯ୍ୟ କରାଯାଇଛି । ଏହି ଶୁଳ୍କ ଅନଲାଇନ୍ ମାଧ୍ୟମରେ ଦେବାକୁ ପଡିବ ।
SC, ST ଏବଂ PwD (ଦିବ୍ୟାଙ୍ଗ) ବର୍ଗର ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ । ପ୍ରାର୍ଥୀମାନେ ବିନା କୌଣସି ଶୁଳ୍କ ଦେଇ ସହଜରେ ଆବେଦନ କରିପାରିବେ ।
ଆବେଦନ ଶୁଳ୍କ କେବଳ ଅନଲାଇନ୍ରେ ଦେଇପାରିବେ । ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ନେଟ୍ ବ୍ୟାଙ୍କିଂ କିମ୍ବା UPI ମାଧ୍ୟମରେ ଶୁଳ୍କ ଦେଇହେବ ।
| Sl. No. | Subject | Marks | Duration |
|---|---|---|---|
| 1 | Language Test (English & Odia) (Qualifying in nature) |
100 | 2 Hours |
| English (Essay, Precis, Reading, Vocabulary & Grammar) | 50 | 1 Hour | |
| Odia (Essay, Precis, Reading, Vocabulary & Grammar) | 50 | 1 Hour | |
| 2 | Translation English ↔ Odia |
100 | 2 Hours |
| English to Odia | 50 | 1 Hour | |
| Odia to English | 50 | 1 Hour | |
| 3 | General Awareness / Reasoning | 100 | 1 Hour |
| General Awareness | 50 | — | |
| Reasoning | 50 | — |
କିପରି ଆବେଦନ କରିବେ(How to Apply)
Odisha High Court Translator Recruitment 2026
ଓଡିଶା ହାଇକୋର୍ଟ ଟ୍ରାନ୍ସଲେଟର ନିଯୁକ୍ତି 2026 ପାଇଁ ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଓଡିଶା ହାଇକୋର୍ଟର official website ମାଧ୍ୟମରେ କରାଯିବ ।
1) ଦିଆଯାଇଥିବା Apply ଲିଙ୍କ ଉପରେ କ୍ଲିକ୍ କରନ୍ତୁ କିମ୍ବା ସିଧାସଳଖ ଓଡିଶା ହାଇକୋର୍ଟର official website :- www.orissahighcourt.nic.in କୁ ଯାଆନ୍ତୁ । ସେଠାରେ Recruitment Corner → Examination Portal ଉପରେ କ୍ଲିକ୍ କରନ୍ତୁ ।
2) Recruitment to the posts of Translator 2026 ବିକଳ୍ପକୁ ବାଛନ୍ତୁ । ବୈଧ ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ବ୍ୟବହାର କରି ପ୍ରଥମେ ନିଜେ ରେଜିଷ୍ଟ୍ରେସନ୍ କରନ୍ତୁ । ରେଜିଷ୍ଟ୍ରେସନ୍ ସମ୍ପୂର୍ଣ୍ଣ ହେବା ପରେ ଅନଲାଇନ୍ ଆବେଦନ ଫର୍ମକୁ ସାବଧାନତାର ସହିତ ପୂରଣ କରନ୍ତୁ ।
3) ଫର୍ମ ପୂରଣ ସମୟରେ ନିଜର ଫଟୋଗ୍ରାଫ୍ ଏବଂ ଆବଶ୍ୟକ ସର୍ଟିଫିକେଟଗୁଡିକର ସ୍କାନ୍ କରି ଅପଲୋଡ୍ କରନ୍ତୁ । ଯଦି ଆବେଦନ ଶୁଳ୍କ ଲାଗୁ ହୁଏ, ତେବେ ସେହି ଶୁଳ୍କକୁ ଅନଲାଇନ୍ ମାଧ୍ୟମରେ ଦେବାକୁ ପଡିବ ।
4) ସମସ୍ତ ପ୍ରକ୍ରିୟା ସମାପ୍ତ ହେବା ପରେ ଆବେଦନ ଫର୍ମକୁ ସବମିଟ୍ କରି ଏକ ପ୍ରିଣ୍ଟଆଉଟ୍ କରି ସଂରକ୍ଷଣ ରଖନ୍ତୁ । କୌଣସି ହାର୍ଡ କପି ପଠାଇବାର ଆବଶ୍ୟକତା ନାହିଁ । ଶେଷ ତାରିଖ ପରେ କିମ୍ବା ଅଫଲାଇନ୍ ମାଧ୍ୟମରେ ପଠାଯାଇଥିବା ଆବେଦନଗୁଡିକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ।
ଗୁରୁତ୍ୱପୂର୍ଣ୍ଣ ତାରିଖ (Important Date)
Odisha High Court Translator Recruitment 2026
ଓଡିଶା ହାଇକୋର୍ଟ ଟ୍ରାନ୍ସଲେଟର ନିଯୁକ୍ତି 2026 ସହିତ ସଂପୃକ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତାରିଖ ପ୍ରାର୍ଥୀମାନେ ମନେ ରଖିବା ଅତ୍ୟନ୍ତ ଆବଶ୍ୟକ । ତାରିଖ ଶେଷ ହେଲେ ଆବେଦନ ପ୍ରକ୍ରିୟାରେ ସମସ୍ୟା ହୋଇପାରେ ।
ଅନଲାଇନ୍ ଆବେଦନ ଆରମ୍ଭ ତାରିଖ: 15/01/2026
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ: 11/02/2026
ଆବେଦନ ଶୁଳ୍କ ଦେବାର ଶେଷ ତାରିଖ: 11/02/2026
ପ୍ରାର୍ଥୀମାନେ ପରାମର୍ଶ ଦିଆଯାଉଛି ଯେ, ଶେଷ ତାରିଖ ପାଇଁ ଅପେକ୍ଷା ନ କରି ସମୟରୁ ପୂର୍ବରୁ ନିଜ ଆବେଦନ ଏବଂ ଶୁଳ୍କ ଦେବା ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ । ଶେଷ ତାରିଖ ପରେ କୌଣସି ଆବେଦନ କିମ୍ବା ଶୁଳ୍କ ଗ୍ରହଣ କରାଯିବ ନାହିଁ ।
| Important Links | |
|---|---|
| Apply Online | Click Here |
| Official Notification PDF | Click Here |
| Official Website | Click Here |
| Join WhatsApp Channel | Click Here |
| Sarkari Result | Click Here |
FAQs:- Odisha High Court Translator Recruitment 2026
Q1. ଓଡିଶା ହାଇକୋର୍ଟ ଟ୍ରାନ୍ସଲେଟର ନିଯୁକ୍ତି 2026 କ’ଣ?
ଏହା ଓଡିଶା ହାଇକୋର୍ଟ ଦ୍ୱାରା ଟ୍ରାନ୍ସଲେଟର ପଦ ପାଇଁ କରାଯାଉଥିବା ଏକ ସରକାରୀ ନିଯୁକ୍ତି ପ୍ରକ୍ରିୟା।
Q2. ମୋଟ କେତେଟି ପଦ ପାଇଁ ନିଯୁକ୍ତି ହେବ?
ସମୁଦାୟ 14ଟି ପଦ ପୂରଣ କରାଯିବ।
Q3. କେଉଁମାନେ ଏହି ପଦ ପାଇଁ ଆବେଦନ କରିପାରିବେ?
ଯେଉଁ ପ୍ରାର୍ଥୀଙ୍କ ପାଖରେ ସ୍ନାତକ ଡିଗ୍ରୀ ଓ ଇଂରାଜୀ କିମ୍ବା ଓଡିଆ ହନର୍ସ ଅଛି, ସେମାନେ ଆବେଦନ କରିପାରିବେ।
Q4. ଆବେଦନ ପ୍ରକ୍ରିୟା ଅନଲାଇନ୍ ନା ଅଫଲାଇନ୍?
Official Notifications ଅନୁସାରେ ଆବେଦନ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ ହେବ।
Q5. ଏହି ପଦ ପାଇଁ ବୟସ ସୀମା କେତେ?
ବୟସ ସୀମା ଓଡିଶା ସରକାର ନିୟମ ଅନୁଯାୟୀ ଲାଗୁ ହେବ, ଆରକ୍ଷିତ ବର୍ଗକୁ ଛାଡ଼ କରାଯିବ ।
Q6. ଚୟନ ପ୍ରକ୍ରିୟା କିପରି ହେବ?
ଚୟନ ପ୍ରକ୍ରିୟାରେ ଲିଖିତ ପରୀକ୍ଷା, ଅନୁବାଦ ପରୀକ୍ଷା ଓ କମ୍ପ୍ୟୁଟର ପରୀକ୍ଷା ହେବ ।
Q7. କମ୍ପ୍ୟୁଟର ଜ୍ଞାନ ଆବଶ୍ୟକ କି?
ହଁ, ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ଆପ୍ଲିକେସନ୍ରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟକ।
Q8. ଟ୍ରାନ୍ସଲେଟର ପଦର କାମ କ’ଣ?
ଇଂରାଜୀରୁ ଓଡିଆ ଏବଂ ଓଡିଆରୁ ଇଂରାଜୀକୁ କୋର୍ଟ ସମ୍ପର୍କିତ ଦଲିଲ ଅନୁବାଦ କରିବା।
Q9. ଆବେଦନର ଶେଷ ତାରିଖ କେବେ?
ଆବେଦନର ଶେଷ ତାରିଖ Official notifications ରେ ଉଲ୍ଲେଖ ରହିଛି।
Q10. Official notifications କେଉଁଠାରୁ ମିଳିବ?
ଓଡିଶା ହାଇକୋର୍ଟର official ୱେବସାଇଟ୍ରୁ ସମସ୍ତ ସୂଚନା ମିଳିବ।
This recruitment is a great opportunity for Odisha candidates.Bookmark spldigital.in for daily job updates.
Disclaimer
spldigital.in is not an official government website.The job information provided on this website is collected from official notifications, newspapers, and trusted sources.
We do not guarantee the accuracy or completeness of the information. Candidates are strongly advised to visit the official website or read the official notification before applying for any job.
spldigital.in will not be responsible for any loss or damage caused by using the information available on this website.
Image Disclaimer: The image used in this post is generated using Artificial Intelligence (AI) for illustrative purposes only. It is not an official image of the Odisha High Court. The information provided in this post is based on official notifications.
Comments
Post a Comment