Latest Government job OPSC AAO Recruitment 2026: Odisha Graduates ke liye Assistant Agriculture Officer Govt Job Opportunity
OPSC AAO RECRUITMENT 2026
OPSC AAO Recruitment 2026, ଏହି ନିଯୁକ୍ତି ପ୍ରକ୍ରିୟା ଦ୍ୱାରା ଓଡିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା (Odisha Agriculture and Food Production Service) ର Group-B Post ରେ Assistant Agriculture Officer (AAO) ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ।
Assistant Agriculture Officer ପଦବୀର ମୁଖ୍ୟ ଭୂମିକା ହେଉଛି କୃଷି କ୍ଷେତ୍ରରେ ଉନ୍ନତି ଆଣିବା, କୃଷକମାନଙ୍କୁ ଆଧୁନିକ କୃଷି ପ୍ରଣାଳୀ ବିଷୟରେ ସଚେତନ କରାଇବା ଏବଂ ସରକାରୀ କୃଷି ଯୋଜନାଗୁଡିକୁ ସଫଳ ଭାବେ କାର୍ଯ୍ୟକାରୀ କରିବା। ଏହି ପଦବୀ ମାଧ୍ୟମରେ ପ୍ରାର୍ଥୀମାନେ ଗ୍ରାମୀଣ ଅଞ୍ଚଳର କୃଷିର ଉନ୍ନତି ପାଇଁ ମୁଖ୍ୟ ଭୂମିକା ନିଭାଇପାରିବେ।
OPSC AAO Recruitment 2026 ରେ selected ପ୍ରାର୍ଥୀମାନଙ୍କୁ ଆକର୍ଷଣୀୟ ବେତନ , ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପାଇପାରିବେ । କୃଷି କ୍ଷେତ୍ରରେ ସରକାରୀ ଚାକିରି କରିବାକୁ ଇଚ୍ଛୁକ ଯୁବକ-ଯୁବତୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଅଟେ।
ଖାଲି ପଦବୀ ବିବରଣୀ (Vacancy Details)
OPSC AAO Recruitment 2026, OPSC ଦ୍ୱାରା ଜାରି ହୋଇଥିବା ସରକାରୀ ବିଜ୍ଞପନ ଅନୁଯାୟୀ, ସାଧାରଣ (UR), ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), SEBC ସହିତ ମହିଳା ଓ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କ ପାଇଁ ଅଲଗା ଅଲଗା POST ରଖାଯାଇଛି।
AAO POST ର ସମସ୍ତ ଯୋଗ୍ୟ ପ୍ରାର୍ଥୀମାନେ ସମାନ ସୁଯୋଗ ପାଇପାରିବେ। ମହିଳା ପ୍ରାର୍ଥୀମାନଙ୍କ ପାଇଁ ଆରକ୍ଷଣ ସୁବିଧା ରହିଥିବାରୁ କୃଷି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଅଧିକ ବୃଦ୍ଧି ପାଇବ।
POST ଅନୁସାରେ ଖାଲି ପଦବୀର ସଠିକ୍ ସଂଖ୍ୟା, ଆରକ୍ଷଣ ନୀତି ଏବଂ ଦିବ୍ୟାଙ୍ଗ (PwBD) ପ୍ରାର୍ଥୀଙ୍କ ପାଇଁ ଥିବା ଆସନ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ OPSC ର ସରକାରୀ ବିଜ୍ଞାପନରେ ଦିଆଯାଇଛି। ପ୍ରାର୍ଥୀମାନେ ଆବେଦନ ପୂର୍ବରୁ ସରକାରୀ ବିଜ୍ଞାପନ ଭଲଭାବରେ ପଢ଼ିବେ ।
| Sl. No. | Category | No. of Vacancies |
|---|---|---|
| 1 | UR | 61 (20-W) |
| 2 | SEBC | 14 (05-W) |
| 3 | SC | 29 (10-W) |
| 4 | ST | 14 (05-W) |
| Total | 118 (40-W) | |
ଶିକ୍ଷାଗତ ଯୋଗ୍ୟତା (Educational Qualification)
OPSC Assistant Agriculture Officer Recruitment 2026 ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ପାଖରେ କୃଷି (B.Sc Agriculture) କିମ୍ବା ହର୍ଟିକଲଚର୍ (B.Sc Horticulture) ରେ ସ୍ନାତକ ଡିଗ୍ରୀ କରିଥିବା ଦରକାର। ଏହି ଡିଗ୍ରୀ ଭାରତ ସରକାର କିମ୍ବା ଓଡିଶା ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟ ହୋଇଥିବା ଆବଶ୍ୟକ।
ଏହି ନିଯୁକ୍ତି ପ୍ରକ୍ରିୟାରେ B.Sc Agriculture ଏବଂ B.Sc Horticulture ବ୍ୟତୀତ ଅନ୍ୟ କୌଣସି ସମତୁଳ୍ୟ (Equivalent) ଯୋଗ୍ୟତାକୁ ଗ୍ରହଣ କରାଯିବ ନାହିଁ। ସେହିପରି, ଯେଉଁ ପ୍ରାର୍ଥୀମାନଙ୍କ ପାଖରେ ଏହି ନିର୍ଦ୍ଧାରିତ ଡିଗ୍ରୀ ନାହିଁ, ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ।
ଆବେଦନ ପୂର୍ବରୁ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ସମସ୍ତ ସର୍ଟିଫିକେଟ୍ ନିଜ ପାଖରେ ରଖିବାକୁ ପରାମର୍ଶ ଦିଆଯାଉଛି, ଯାହା ଚୟନ ପ୍ରକ୍ରିୟା ସମୟରେ ଆବଶ୍ୟକ ହୋଇଥାଏ।
ଆବେଦନ ଶୁଳ୍କ (Application Fee)
OPSC AAO Recruitment 2026 ପାଇଁ ପରୀକ୍ଷା ଶୁଳ୍କ ପ୍ରାର୍ଥୀଙ୍କ Post ଅନୁସାରେ ନିର୍ଦ୍ଧାରିତ କରାଯାଇଛି। ସାଧାରଣ (General) ଓ SEBC ଶ୍ରେଣୀର ପ୍ରାର୍ଥୀମାନଙ୍କୁ ₹700 ଟଙ୍କା ପରୀକ୍ଷା ଶୁଳ୍କ ଅନଲାଇନ ମାଧ୍ୟମରେ ଦେବାକୁ ପଡ଼ିବ। SC / ST / ଦିବ୍ୟାଙ୍ଗ (PwBD) ଶ୍ରେଣୀର ପ୍ରାର୍ଥୀମାନଙ୍କୁ ପରୀକ୍ଷା ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରି ଦିଆଯାଇଛି ।
ଆବେଦନ ଶୁଳ୍କ Online Payment Gateway (ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ନେଟ୍ ବ୍ୟାଙ୍କିଙ୍ଗ ଇତ୍ୟାଦି) ମାଧ୍ୟମରେ ଦେୟ ପଇଠ କରି ପାରିବେ । ଶୁଳ୍କ ଦେବା ପରେ ରସିଦ୍ କିମ୍ବା ପେମେଣ୍ଟ ରେଫରେନ୍ସ ସଂରକ୍ଷଣ କରି ରଖିବାକୁ ପ୍ରାର୍ଥୀମାନଙ୍କୁ କୁହାଯାଇଛି , କାରଣ ଭବିଷ୍ୟତରେ ଏହା ଆବଶ୍ୟକ ପଡ଼ିପାରେ।
| Sl. No. | Category | No of Posts Reserved | Total |
|---|---|---|---|
| 1 | Ex-Servicemen | 04 | 04 |
| 2 | Sports Persons | 01 | 01 |
| 3 |
Persons with Disabilities Cat-II-HI (with suitable aid)-02 (01-W) Cat-III-OL (MNR)-02 Cat-IV-Multiple Disabilities-01 |
05 | 05 (01-W) |
ବୟସ ସୀମା (Age Limit)
OPSC AAO Recruitment 2026, ଏହି ନିଯୁକ୍ତି ପ୍ରକ୍ରିୟାରେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା 21 ବର୍ଷ ଓ ସର୍ବାଧିକ ବୟସ ସୀମା 42 ବର୍ଷ ରହିଛି। 01 ଜାନୁଆରୀ 2025 ରେ ପ୍ରାର୍ଥୀଙ୍କ ବୟସ 21 ବର୍ଷ ଓ ଅଧିକତମ 42 ବର୍ଷ ହୋଇଥିବା ଦରକାର। ସରକାରୀ ନିୟମ ଅନୁଯାୟୀ କିଛି POST ରେ ପ୍ରାର୍ଥୀମାନଙ୍କୁ ବୟସ ଛାଡ଼ (Age Relaxation) ଦିଆଯାଇଛି। SC / ST / ମହିଳା / SEBC ପ୍ରାର୍ଥୀମାନଙ୍କ ପାଇଁ 5 ବର୍ଷ ବୟସ ଛାଡ଼ ହେବ। ସେହିପରି, ଦିବ୍ୟାଙ୍ଗ (PwBD) ପ୍ରାର୍ଥୀମାନଙ୍କୁ 10 ବର୍ଷ ପର୍ଯ୍ୟନ୍ତ ବୟସ ଛାଡ଼ କରାଯିବ । ପ୍ରାର୍ଥୀମାନେ ଆବେଦନ ପୂର୍ବରୁ ସରକାରୀ ବିଜ୍ଞାପନ ଭଲଭାବେ ପଢ଼ି ଆବେଦନ କରିବେ।
| Physical Requirements (ST, W, SE, H) |
Functional Classification |
|---|---|
|
ST - Work performed by standing W - Work performed by walking SE - Work performed by seeing H - Work performed by hearing/speaking |
OL (MNR) - One leg affected (Right or Left), mobility not restricted HI - Hearing Impaired (with suitable aid) |
କିପରି ଆବେଦନ କରିବେ (How to Apply)
OPSC Assistant Agriculture Officer Recruitment 2026 ପାଇଁ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ମାଧ୍ୟମରେ କରାଯିବ। ଆବେଦନ କରିବା ପାଇଁ ପ୍ରାର୍ଥୀମାନେ OPSC ର ସରକାରୀ ୱେବସାଇଟ୍ ବ୍ୟବହାର କରି ଅନଲାଇନ୍ ଆବେଦନ କରିପାରିବେ । ଗୋଟିଏ ପ୍ରାର୍ଥୀ କେବଳ ଗୋଟିଏ ଆବେଦନ କରିପାରିବ।
1) ଦିଆଯାଇଥିବା Apply Online link ରେ କ୍ଲିକ୍ କରନ୍ତୁ କିମ୍ବା OPSC ର ସରକାରୀ ୱେବସାଇଟ୍ https://opsc.gov.in କୁ ଯାଆନ୍ତୁ।
2) ନୂତନ ପ୍ରାର୍ଥୀ ହେଲେ ପ୍ରଥମେ ରେଜିଷ୍ଟ୍ରେସନ୍ କରନ୍ତୁ।
3) ଅନଲାଇନ୍ ଆବେଦନ ଫର୍ମ ସଠିକ୍ ଭାବେ ପୂରଣ କରନ୍ତୁ।
4) ଆବଶ୍ୟକ ଡକ୍ୟୁମେଣ୍ଟ (ଫଟୋ, ସହି, ସର୍ଟିଫିକେଟ୍ ଇତ୍ୟାଦି) ଅପଲୋଡ୍ କରନ୍ତୁ।
5)ଆବେଦନ ଶୁଳ୍କ ଥିଲେ ଅନଲାଇନ୍ ମାଧ୍ୟମରେ ପେମେଣ୍ଟ କରନ୍ତୁ।
6) ସମସ୍ତ ତଥ୍ୟ ଯାଞ୍ଚ କରି ଶେଷ ତାରିଖ ପୂର୍ବରୁ ଆବେଦନ ସବମିଟ୍ କରନ୍ତୁ
7) ଆବେଦନ ସଫଳ ଭାବେ ସବମିଟ୍ ହେବା ପରେ, ଆବେଦନ ପତ୍ରର ଏକ ପ୍ରିଣ୍ଟ୍ କିମ୍ବା PDF କପି ସଂରକ୍ଷଣ କରି ରଖିବାକୁ ପ୍ରାର୍ଥୀମାନଙ୍କୁ କୁହାଯାଇଛି ଭବିଷ୍ୟତରେ ଆପଣ select ହେଲେ ହାର୍ଡ copy ଜମା କରିବାକୁ ପଡ଼ିପାରେ ।
Selection Process Assistant
Agriculture Officer ପଦବୀ ପାଇଁ ନିଯୁକ୍ତି ଚୟନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମେ ଏକ ଲିଖିତ ପରୀକ୍ଷା ହେବ ଏବଂ ଦ୍ଵିତୀୟଟି ପ୍ରାର୍ଥୀମାନଙ୍କୁ ବ୍ୟକ୍ତିତ୍ୱ ପରୀକ୍ଷା (ଇଣ୍ଟରଭ୍ୟୁ) ଦେବାକୁ ପଡ଼ିବ।
| Paper | Full Marks | No. of Questions | Duration | Marking Scheme |
|---|---|---|---|---|
| Paper - I | 100 | 100 | 2 Hours | For each correct answer 1 mark will be awarded. For each wrong response/answer, 25% mark will be deducted. For each unattempted question “zero” mark will be given. |
| Paper - II | 100 | 100 | 2 Hours | For each correct answer 1 marks will be awarded. For each wrong response/answer, 25% mark will be deducted. For each unattempted question “zero” mark will be given. |
ଲିଖିତ ପରୀକ୍ଷା (Written Examination)
ଲିଖିତ ପରୀକ୍ଷା 19.02.2026 ତାରିଖରେ ଆୟୋଜିତ ହେବ। ପରୀକ୍ଷାର ସଠିକ ସମୟସୂଚୀ ଏବଂ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସୂଚନା ପାଇଁ official notification update ଚେକ୍ କରନ୍ତୁ।
FAQs – OPSC Assistant Agriculture Officer Recruitment 2026
Q1. OPSC AAO Recruitment 2026 ପାଇଁ କିଏ ଆବେଦନ କରିପାରିବେ?
ଯେଉଁ ପ୍ରାର୍ଥୀମାନେ B.Sc Agriculture କିମ୍ବା B.Sc Horticulture ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଏବଂ ବୟସ ସୀମା ୨୧ରୁ ୪୨ ବର୍ଷ ମଧ୍ୟରେ ଥିବା ଦରକାର। ଯୋଗ୍ୟ ପ୍ରାଥୀ ମାନେ ଆବେଦନ କରିପାରିବେ।
Q2. OPSC AAO Recruitment 2026 ପାଇଁ ବୟସ ସୀମା କେତେ?
ବୟସ 21 ବର୍ଷ ଓ ସର୍ବାଧିକ ବୟସ 42 ବର୍ଷ।
Q3. ଏହି ନିଯୁକ୍ତି ପାଇଁ ଆବେଦନ ଶୁଳ୍କ କେତେ?
General / SEBC ପ୍ରାର୍ଥୀଙ୍କ ପାଇଁ ₹700 ଟଙ୍କା ଏବଂ SC / ST / PwBD ପ୍ରାର୍ଥୀମାନେ ଆବେଦନ ଶୁଳ୍କ ଛାଡ଼ କରାଯାଇଛି।
Q4. OPSC AAO Recruitment 2026 ପାଇଁ ଆବେଦନ କିପରି କରିବେ ?
ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ମାଧ୍ୟମରେ OPSC ର ସରକାରୀ ୱେବସାଇଟ୍ opsc.gov.in ରେ ଆବେଦନ କରାଯିବ।
Q5. ଗୋଟିଏ ପ୍ରାର୍ଥୀ କେତେଟି ଆବେଦନ କରିପାରିବେ?
ଗୋଟିଏ ପ୍ରାର୍ଥୀ କେବଳ ଗୋଟିଏ ଆବେଦନ ଦାଖଲ କରିପାରିବେ। ଏକାଧିକ ଆବେଦନ କଲେ ପ୍ରାର୍ଥୀଙ୍କ ଆବେଦନକୁ ଖାରଜ କରି ଦିଆଯିବ ।
| Important Links | |
|---|---|
| Apply Online | Click Here |
| Official Notification PDF | Click Here |
| Official Website | Click Here |
| Admit card | Click Here |
| Sarkari Result | Click Here |
This recruitment is a great opportunity for Odisha candidates.Bookmark spldigital.in for daily job updates.
Disclaimer
This website is not an official government website. The job information provided on spldigital.in is collected from official notifications, newspapers, and trusted sources. Candidates are advised to visit the official website and notification before applying.

Comments
Post a Comment