NABARD Recruitment 2026 Complete Details – Vacancy, Age Limit, Application Fee, FAQs | ଓଡ଼ିଆ

NABARD 2026 Development Assistant Recruitment–Eligibility,Exam Date, Apply Process|NABARD ନିଯୁକ୍ତି 2026

ନାବାର୍ଡ (NABARD) ନିଯୁକ୍ତି 2026 ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (NABARD) ପକ୍ଷରୁ official notification ଜାରି କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ଡିଭେଲପମେଣ୍ଟ ଆସିଷ୍ଟାଣ୍ଟ ଏବଂ ଡିଭେଲପମେଣ୍ଟ ଆସିଷ୍ଟାଣ୍ଟ (ହିନ୍ଦୀ) ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ। ବିଶେଷକରି ବ୍ୟାଙ୍କିଂ କ୍ଷେତ୍ରରେ ସରକାରୀ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ।

ଏହି ନିଯୁକ୍ତି ପାଇଁ କେବଳ ଯୋଗ୍ୟ ଭାରତୀୟ ନାଗରିକ ମାନେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ଅନଲାଇନ୍ ରହିବ ଏବଂ ପ୍ରାର୍ଥୀମାନେ NABARD ର official ୱେବସାଇଟ୍ ମାଧ୍ୟମରେ online ଆବେଦନ କରିପାରିବେ। ଆବେଦନ ପୂର୍ବରୁ ପ୍ରାର୍ଥୀମାନେ ନିଯୁକ୍ତି ସୂଚନାକୁ ଭଲଭାବେ ପଢ଼ି ଯୋଗ୍ୟତା, ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା ଏବଂ ଚୟନ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଯାଞ୍ଚ କରିନେବା ଉଚିତ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୭ ଜାନୁଆରୀ ୨୦୨୬ ଠାରୁ ଆରମ୍ଭ ହେବ ଏବଂ ୦୩ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହା ପରେ ପ୍ରାରମ୍ଭିକ ପରୀକ୍ଷା ୨୧ ଫେବୃଆରୀ ୨୦୨୬ ରେ ଆୟୋଜିତ ହେବ। ପ୍ରାରମ୍ଭିକ ପରୀକ୍ଷାରେ ସଫଳ ପ୍ରାର୍ଥୀମାନେ ୧୨ ଏପ୍ରିଲ୍ ୨୦୨୬ ରେ ହେବାକୁ ଥିବା ମୁଖ୍ୟ ପରୀକ୍ଷାରେ ଅଂଶଗ୍ରହଣ କରିବେ।

NABARD ନିଯୁକ୍ତି 2026

କାର୍ଯ୍ୟକ୍ରମ ତାରିଖ
ଅନଲାଇନ୍ ଆବେଦନ ତାରିଖ  17/01/2026
ଅନଲାଇନ୍ ଆବେଦନର ଶେଷ ତାରିଖ 03/02/2026
ପ୍ରାରମ୍ଭିକ ପରୀକ୍ଷା 21/02/2026
ମୁଖ୍ୟ ପରୀକ୍ଷା 12/04/2026

ଖାଲି ପଦବୀର ବିବରଣୀ (Vacancy Details)

NABARD ନିଯୁକ୍ତି 2026 ଅନୁସାରେ ଡିଭେଲପମେଣ୍ଟ ଆସିଷ୍ଟାଣ୍ଟ ଏବଂ ଡିଭେଲପମେଣ୍ଟ ଆସିଷ୍ଟାଣ୍ଟ (ହିନ୍ଦୀ) ପଦବୀ ପାଇଁ ସର୍ବମୋଟ ୧୬୨ଟି ଖାଲି ପଦବୀ ଘୋଷଣା କରାଯାଇଛି। ଏହି ଖାଲି ପଦବୀଗୁଡ଼ିକ ଭିନ୍ନ-ଭିନ୍ନ ରାଜ୍ୟରେ ବିତରଣ କରାଯାଇଛି। ଏହା ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ବ୍ୟାଙ୍କିଂ କ୍ଷେତ୍ରରେ ସରକାରୀ ଚାକିରି ପାଇବାର ଏକ ସୁବର୍ଣ୍ଣ ସୁଯୋଗ ଅଟେ।ଏହି ନିଯୁକ୍ତି ମାଧ୍ୟମରେ selected ପ୍ରାର୍ଥୀମାନେ NABARD ର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ ଏବଂ କୃଷି ଓ ଗ୍ରାମୀଣ ବିକାଶ ସମ୍ବନ୍ଧୀୟ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବେ।

ଶିକ୍ଷାଗତ ଯୋଗ୍ୟତା (Educational Qualification)

NABARD ନିଯୁକ୍ତି 2026 ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଫର୍ମ ଦାଖଲ କରିବା ପୂର୍ବରୁ ପଦବୀ ଅନୁଯାୟୀ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତାକୁ ଭଲଭାବେ ଯାଞ୍ଚ କରିନେବା ଉଚିତ୍।

ଡିଭେଲପମେଣ୍ଟ ଆସିଷ୍ଟାଣ୍ଟ

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ନିକଟରେ ଯେକୌଣସି ବିଷୟରେ ସ୍ନାତକ (Bachelor’s Degree) ଡିଗ୍ରୀ ଥିବା ଆବଶ୍ୟକ ଏବଂ ସର୍ବମୋଟ ୫୦% ମର୍କା କିମ୍ବା ତାଠାରୁ ଅଧିକ ଥିବା ଦରକାର। SC / ST / PWBD / ପୂର୍ବ ସେନା କର୍ମଚାରୀ ପ୍ରାର୍ଥୀମାନଙ୍କ ପାଇଁ କେବଳ ପାସ୍ କ୍ଲାସ୍ ଯଥେଷ୍ଟ। ପ୍ରାର୍ଥୀଙ୍କୁ PC ଉପରେ Word Processing ବିଷୟରେ ଜ୍ଞାନ ଥିବା ଆବଶ୍ୟକ।

ଡିଭେଲପମେଣ୍ଟ ଆସିଷ୍ଟାଣ୍ଟ (ହିନ୍ଦୀ)

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ନିକଟରେ ହିନ୍ଦୀ କିମ୍ବା ଇଂରାଜୀ ମାଧ୍ୟମରେ ସ୍ନାତକ ଡିଗ୍ରୀ ଥିବା ଦରକାର। ହିନ୍ଦୀ ଓ ଇଂରାଜୀକୁ ମୁଖ୍ୟ ବିଷୟ ଭାବେ ନେଇ ସ୍ନାତକ ଡିଗ୍ରୀ ଥିଲେ ମଧ୍ୟ ଆବେଦନ କରିପାରିବେ। ପ୍ରାର୍ଥୀଙ୍କୁ ଇଂରାଜୀରୁ ହିନ୍ଦୀ ଏବଂ ହିନ୍ଦୀରୁ ଇଂରାଜୀ ଅନୁବାଦ କରିବାର କ୍ଷମତା ଏବଂ Word Processing ଜ୍ଞାନ ଥିବା ଆବଶ୍ୟକ।

ବୟସ ସୀମା (Age Limit)

NABARD ନିଯୁକ୍ତି 2026 ଅଧୀନରେ ଡିଭେଲପମେଣ୍ଟ ଆସିଷ୍ଟାଣ୍ଟ ଏବଂ ଡିଭେଲପମେଣ୍ଟ ଆସିଷ୍ଟାଣ୍ଟ (ହିନ୍ଦୀ) ପଦବୀ ପାଇଁ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀମାନେ official notification ଅନୁସାରେ ବୟସ ସୀମା full file ହୋଇଥିବା ଦରକାର। NABARD Recruitment 2026 ପାଇଁ ପ୍ରାର୍ଥୀଙ୍କ ବୟସ 01 ଜାନୁଆରୀ 2026 ଆଧାରରେ ଗଣନା କରାଯିବ।

ଏହି ନିଯୁକ୍ତି ପାଇଁ ଆବେଦନ କରିବାର ବୟସ ସୀମା 21 ବର୍ଷ ରହିଛି। ଏହା ସହିତ, ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା 35 ବର୍ଷ ରଖାଯାଇଛି। ଏହି ବୟସ ସୀମା ମଧ୍ୟରେ ଥିବା ପ୍ରାର୍ଥୀମାନେ ମାତ୍ର ଏହି ପଦବୀ ପାଇଁ ଆବେଦନ କରିପାରିବେ।

ତଥାପି, ସରକାରୀ ନିୟମ ଅନୁଯାୟୀ SC, ST, OBC, PwBD, ପୂର୍ବ ସେନା କର୍ମଚାରୀ ଓ ଅନ୍ୟାନ୍ୟ ଆରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମା ଛାଡ଼ (Age Relaxation) କରାଯିବ । ବୟସ ଛାଡ଼ର ସଠିକ୍ ବିବରଣୀ ଜାଣିବା ପାଇଁ ପ୍ରାର୍ଥୀମାନେ NABARD Recruitment Notification 2026 କୁ ଦେଖନ୍ତୁ।

NABARD ନିଯୁକ୍ତି 2026

ବିବରଣୀ ବୟସ ସୀମା
 ବୟସ 21 ବର୍ଷ
ସର୍ବାଧିକ ବୟସ 35 ବର୍ଷ
ବୟସ ଗଣନା ତାରିଖ 01 ଜାନୁଆରୀ 2026
ବୟସ ଛାଡ଼ ସରକାରୀ ନିୟମ ଅନୁଯାୟୀ ଲାଗୁ ହେବ

ଆବେଦନ ଶୁଳ୍କ (Application Fee)

NABARD ନିଯୁକ୍ତି 2026 ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଫର୍ମ ଦାଖଲ ସମୟରେ ଆବେଦନ ଶୁଳ୍କ ଅନଲାଇନ୍ ମାଧ୍ୟମରେ ଦେବାକୁ ପଡ଼ିବ। ଆବେଦନ ଶୁଳ୍କ ପ୍ରାର୍ଥୀଙ୍କ ବର୍ଗ ଅନୁଯାୟୀ ଭିନ୍ନ ଭିନ୍ନ ରହିଛି। SC, ST ଏବଂ PwBD ବର୍ଗର ପ୍ରାର୍ଥୀମାନଙ୍କ ପାଇଁ କେବଳ ଇଣ୍ଟିମେସନ୍ ଚାର୍ଜ ଦେବାକୁ ପଡ଼ିବ, ଯେଉଁଥିରେ ସାଧାରଣ ଏବଂ ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀମାନେ ପୂର୍ଣ୍ଣ ଶୁଳ୍କ ଦେବେ। ଆବେଦନ ଶୁଳ୍କ ଅନଲାଇନ୍ ପେମେଣ୍ଟ ମୋଡ୍‌ ମାଧ୍ୟମରେ Debit Card, Credit Card, Net Banking ଦେଇପାରିବେ।

NABARD ନିଯୁକ୍ତି 2026

ପ୍ରାର୍ଥୀ ବର୍ଗ ଆବେଦନ ଶୁଳ୍କ
SC / ST / PwBD ₹ 100 (କେବଳ ଇଣ୍ଟିମେସନ୍ ଚାର୍ଜ)
ଅନ୍ୟ ସମସ୍ତ ପ୍ରାର୍ଥୀ ₹ 550 (₹ 450 + ₹ 100 ଇଣ୍ଟିମେସନ୍)
ପେମେଣ୍ଟ ମୋଡ୍ ଅନଲାଇନ୍ ମାଧ୍ୟମ

ଆବେଦନ କିପରି କରିବେ? (How to Apply)

NABARD ନିଯୁକ୍ତି 2026 ପାଇଁ ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ ।

ତଳେ ଦିଆଯାଇଥିବା Apply Link ଉପରେ କ୍ଲିକ୍ କରନ୍ତୁ କିମ୍ବା NABARD ର ସରକାରୀ ୱେବସାଇଟ୍‌କୁ ଯାଆନ୍ତୁ । “Recruitment to the post of Development Assistant / Development Assistant (Hindi) – 2026” ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।

ପ୍ରଥମେ ଅନଲାଇନ୍ ରେଜିଷ୍ଟ୍ରେସନ୍ ସମ୍ପୂର୍ଣ୍ଣ କରନ୍ତୁ ଏବଂ ପରେ ଆବେଦନ ଫର୍ମକୁ ସାବଧାନର ସହ ପୂରଣ କରନ୍ତୁ। ଆବଶ୍ୟକ Document ଗୁଡ଼ିକ ଯଥା - ଫଟୋଗ୍ରାଫ୍, signature , ଅଙ୍ଗୁଠା ଛାପ (Thumb Impression) ଅପଲୋଡ୍ କରନ୍ତୁ।ଶେଷ ତାରିଖ ପୂର୍ବରୁ ଆବେଦନ ଶୁଳ୍କକୁ ଅନଲାଇନ୍ ମାଧ୍ୟମରେ ଦେଇ ଫର୍ମ ସବମିଟ୍ କରନ୍ତୁ। ଆବେଦନ ସଫଳ ହେବା ପରେ ସବମିଟ୍ ହୋଇଥିବା ଫର୍ମ ଏବଂ ଫି ରସିଦ୍‌ର ଏକ ପ୍ରିଣ୍ଟଆଉଟ୍ କରି ସଂରକ୍ଷଣ କରନ୍ତୁ ଭବିଷ୍ଯତରେ କାମରେ ଆସିବ।

FAQs – NABARD ନିଯୁକ୍ତି 2026

Q1. NABARD ନିଯୁକ୍ତି 2026 ପାଇଁ ଆବେଦନ କେବେ ଆରମ୍ଭ ହେବ?
ଅନଲାଇନ୍ ଆବେଦନ 17 ଜାନୁଆରୀ 2026 ଠାରୁ ଆରମ୍ଭ ହେବ।

Q2. ଆବେଦନ କରିବାର ଶେଷ ତାରିଖ କେତେ?
ଆବେଦନ କରିବାର ଶେଷ ତାରିଖ 03 ଫେବୃଆରୀ 2026।

Q3. NABARD ନିଯୁକ୍ତି 2026 ରେ କେତେଟି ଖାଲି ପଦବୀ ରହିଛି?
ସର୍ବମୋଟ 162ଟି ଖାଲି ପଦବୀ ରହିଛି।

Q4. କେଉଁ ପଦବୀ ପାଇଁ ନିଯୁକ୍ତି ହେଉଛି?
Development Assistant ଏବଂ Development Assistant (Hindi) ପଦବୀ ପାଇଁ।

Q5. ଶିକ୍ଷାଗତ ଯୋଗ୍ୟତା କେତେ?
ଯେକୌଣସି ବିଷୟରେ ସ୍ନାତକ (Bachelor’s Degree) ଡିଗ୍ରୀ।

Q6. NABARD ନିଯୁକ୍ତି 2026 ପାଇଁ ବୟସ ସୀମା କେତେ?
ନ୍ୟୁନତମ ବୟସ 21 ବର୍ଷ ଏବଂ ସର୍ବାଧିକ ବୟସ 35 ବର୍ଷ।

Q7. ଆବେଦନ ଶୁଳ୍କ କେତେ?
SC / ST / PwBD ପ୍ରାର୍ଥୀମାନଙ୍କ ପାଇଁ ₹100 ଏବଂ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ₹550।

Q8. ଆବେଦନ ଶୁଳ୍କ କିପରି ଦେବାକୁ ପଡ଼ିବ?
କେବଳ ଅନଲାଇନ୍ ମାଧ୍ୟମରେ (Debit Card / Credit Card / Net Banking) ଦେବାକୁ ପଡ଼ିବ।

Q9. NABARD ନିଯୁକ୍ତି 2026 ର ପ୍ରାରମ୍ଭିକ ପରୀକ୍ଷା କେବେ ହେବ?
ପ୍ରାରମ୍ଭିକ ପରୀକ୍ଷା 21 ଫେବୃଆରୀ 2026 ରେ ହେବ।

Q10. NABARD ନିଯୁକ୍ତି 2026 ପାଇଁ ଆବେଦନ କିପରି କରିବେ?
ପ୍ରାର୍ଥୀମାନେ NABARD ର ସରକାରୀ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ।

NABARD ନିଯୁକ୍ତି 2026

Sl. No ବିବରଣୀ
1 ତଳେ ଦିଆଯାଇଥିବା Apply ଲିଙ୍କ୍‌ରେ କ୍ଲିକ୍ କରନ୍ତୁ କିମ୍ବା NABARD ର ସରକାରୀ ୱେବସାଇଟ୍ ଖୋଲନ୍ତୁ।
 2 Recruitment ବିଭାଗକୁ ଯାଇ “Recruitment to the post of Development Assistant / Development Assistant (Hindi) – 2026” ଉପରେ କ୍ଲିକ୍ କରନ୍ତୁ।
3 ଅନଲାଇନ୍ ରେଜିଷ୍ଟ୍ରେସନ୍ ସମ୍ପୂର୍ଣ୍ଣ କରି ଆବେଦନ ଫର୍ମକୁ ସଠିକ୍ ଭାବରେ ପୁରଣ କରନ୍ତୁ ।
 4 ଫଟୋଗ୍ରାଫ୍, ସହି, ଅଙ୍ଗୁଠା ଛାପ (Thumb Impression) ଏବଂ Signature Upload କରନ୍ତୁ।
5  ଆବେଦନ ଶୁଳ୍କକୁ ଅନଲାଇନ୍ ମାଧ୍ୟମରେ ଦେଇ ଫର୍ମ ସବମିଟ୍ କରନ୍ତୁ।
6 ସବମିଟ୍ ହୋଇଥିବା ଆବେଦନ ଫର୍ମ ଏବଂ ଫି ରସିଦ୍‌ର ପ୍ରିଣ୍ଟଆଉଟ୍ କରି ନିଜ ପାଖରେ ରଖନ୍ତୁ ।


Important Links
Apply Online Click Here
Official Notification PDF Click Here
Official Website Click Here
Admit Card  Click Here
Login Page Click Here

This recruitment is a great opportunity for Odisha candidates.Bookmark spldigital.in for daily job updates.

Disclaimer

spldigital.in is not an official government website.The job information provided on this website is collected from official notifications, newspapers, and trusted sources.

We do not guarantee the accuracy or completeness of the information. Candidates are strongly advised to visit the official website or read the official notification before applying for any job.

spldigital.in will not be responsible for any loss or damage caused by using the information available on this website.

Image Disclaimer:The image used in this post is generated using Artificial Intelligence (AI) for illustrative purposes only. It is not an official image of the NABARD requirement 2026. The information provided in this post is based on official notifications.

Comments